କ’ଣ କରିବେ
- ବ୍ୟାଙ୍କର ଯୋଗାଯୋଗ ବିବରଣୀ ପାଇଁ ସର୍ବଦା ବ୍ୟାଙ୍କର ଆନୁଷ୍ଠାନିକ ୱେବସାଇଟ୍ ଦେଖନ୍ତୁ ।
- ନିଜର ଯୋଗାଯୋଗ ବିବରଣୀକୁ ବ୍ୟାଙ୍କ ସହିତ ସର୍ବଦା ଅପଡେଟ୍ କରି ରଖନ୍ତୁ ଏବଂ ନେଣଦେଣ ଆଲର୍ଟ ପ୍ରାପ୍ତ କରିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ।
- ନିଜ କମ୍ପ୍ୟୁଟର/ମୋବାଇଲରେ ଅସଲି ଆଣ୍ଟି-ଭାଇରସ୍ ଓ ଆଣ୍ଟି-ମାଲୱେର୍ ସଫ୍ଟୱେର୍ ଇନଷ୍ଟଲ୍ କରନ୍ତୁ ଓ ଏହାକୁ ଅପଡେଟ୍ ରଖନ୍ତୁ ।
- ମଜବୁତ୍ ଓ ନିଆରା ପାସୱାର୍ଡ ବ୍ୟବହାର କରନ୍ତୁ ।
- ନିଜର କାର୍ଡ ନମ୍ବର, ପାସୱାର୍ଡ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ/ସମ୍ବେଦନଶୀଳ ସୂଚନାକୁ ସଂଗୃହୀତ ହେବାରୁ ରକ୍ଷା କରିବା ପାଇଁ, ନିଜ ବ୍ରାଉଜର୍ ର ଅଟୋକମ୍ପ୍ଲିଟ୍ ସେଟିଂସ୍ କୁ ବନ୍ଦ କରିଦିଅନ୍ତୁ ।
- ପ୍ଲେ ଷ୍ଟୋର୍ କିମ୍ବା ଆପ୍ ଷ୍ଟୋର୍ ରୁ କୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ ।
- ନେଣଦେଣ କରିବା ସମୟରେ ନିଜ ୱେବ୍ ବ୍ରାଉଜରର ଷ୍ଟାଟସ୍ ବାର୍ ରେ ଯେପରି ତାଲା (ପ୍ୟାଡଲକ୍) ଚିହ୍ନ କିମ୍ବା https ଅଛି ତାହା ଦେଖିନିଅନ୍ତୁ ।
- ଆପଣଙ୍କର ସମ୍ବେଦନଶୀଳ ବିବରଣୀକୁ ଶେୟାର୍ କରିବା ପାଇଁ ଆପଣ ପାଇଥିବା ମେସେଜ୍ (ବାର୍ତ୍ତା)ଗୁଡ଼ିକରେ ସର୍ବଦା ବନାନ ଅଶୁଦ୍ଧି ଉପରେ ଧ୍ୟାନ ଦିଅନ୍ତୁ, ନକଲି ବାର୍ତ୍ତା/ଠକାମିମୂଳକ ଗତିବିଧିକୁ ଚିହ୍ନଟ କରିବାରେ ଏହା ଆପଣଙ୍କୁ ସାହାଯ୍ୟ କରିବ।
କ’ଣ କରିବେ ନାହିଁ
- ସମ୍ବେଦନଶୀଳ ବିବରଣୀ ଯେପରି ପିନ୍, ପାସୱାର୍ଡ, ଓଟିପି କିମ୍ବା କାର୍ଡ ବିବରଣୀ କଦାପି କାହା ସହିତ ଭାଗ/ଶେୟାର୍ କରନ୍ତୁ ନାହିଁ ।
- ନିଜ ବ୍ୟାଙ୍କ ଖାତାକୁ ଆକ୍ସେସ୍ କରିବା ସମୟରେ ସର୍ବସାଧାରଣ ୱାଇ-ଫାଇ କିମ୍ବା ମାଗଣା ଭିପିଏନ୍ (ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କ)/ସର୍ବସାଧାରଣ କମ୍ପ୍ୟୁଟର ବ୍ୟବହାରରୁ ଦୂରେଇ ରୁହନ୍ତୁ ।
- ଅଜଣା ଉତ୍ସ/ ପ୍ରେରକଙ୍କ ଆଇଡିରୁ ପ୍ରାପ୍ତ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ ।
- ସାଧାରଣ ଭାବେ ବ୍ୟବହୃତ ପାସୱାର୍ଡ ଯେପରି 123456, ନାମ, ଜନ୍ମ ତାରିଖ ଇତ୍ୟାଦି ବ୍ୟବହାର କରନ୍ତୁ ନାହିଁ ।
- ନିଜର ବ୍ୟାଙ୍କିଙ୍ଗ୍ ପାସୱାର୍ଡକୁ କେଉଁଠି ଲେଖି ରଖିବା କିମ୍ବା ବ୍ରାଉଜରରେ ସେଭ୍ କରିବାରୁ ଦୂରେଇ ରୁହନ୍ତୁ ।
- ରିମୋଟ୍ ଶେୟାରିଂ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ ଯେପରିକି - ଏନିଡେସ୍କ (AnyDesk)
- ୟୁପିଆଇ ମାଧ୍ୟମରେ ଟଙ୍କା ପ୍ରାପ୍ତ କରିବା ପାଇଁ କୌଣସି କ୍ୟୁଆର୍ (QR) କୋଡ୍ କୁ ସ୍କାନ୍ କରନ୍ତୁ ନାହିଁ ନିଜର ପିନ୍ (ବ୍ୟକ୍ତିଗତ ପରିଚୟ ସଂଖ୍ୟା) କିମ୍ବା ଓଟିପି (ୱାନ୍ ଟାଇମ୍ ପାସୱାର୍ଡ) ପ୍ରବେଶ କରନ୍ତୁ ନାହିଁ ।
- ଏଟିଏମ୍ ରେ କୌଣସି ଅଜଣା ଅଚିହ୍ନା ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ ନାହିଁ ।
Remember:
କୋଟକ ମହିନ୍ଦ୍ରା ବ୍ୟାଙ୍କ କିମ୍ବା ଏହାର କର୍ମଚାରୀ/ପ୍ରତିନିଧି କଦାପି ଆପଣଙ୍କ ବ୍ୟକ୍ତିଗତ ଖାତା ସମ୍ପର୍କିତ ସୂଚନା ମାଗିବେ ନାହିଁ ।
ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ!